Barendra Krushna Dhal 5th Memorial Lecture

ସାମ୍ବାଦିକତା ଜଗତର ଅନନ୍ୟ ବ୍ୟକ୍ତିତ୍ୱ , ବିଶିଷ୍ଟ ସାହିତ୍ୟ ସାଧକ ତଥା ସଂଗଠକ ଦିବଂଗତ ବରେନ୍ଦ୍ରକୃଷ୍ଣ ଧଳଙ୍କ ତୈଳଚିତ୍ର ଉନ୍ମୋଚନ ଓ ପଂଚମ ସ୍ମାରକୀ ବକୃତାମାଳା କାର୍ଯ୍ୟକ୍ରମ ଆସନ୍ତାକାଲି ମାର୍ଚ୍ଚ ୨୦ତାରିଖ ସନ୍ଧ୍ୟା ୫ଟାରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନର ବାଣୀପୀଠରେ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ‘ସ୍ୱଚ୍ଛ ତଥା ଉତ୍ତରଦାୟୀ ସରକାରୀ କାର୍ଯ୍ୟ ପଦ୍ଧତି’ ଶୀର୍ଷକ ବକୃତାମାଳା ଉପରେ ବିଶିଷ୍ଟ ବ୍ୟକ୍ତିମାନେ ନିଜସ୍ୱ ମତ ଉପସ୍ଥାପନ କରିବେ । ଏହାସହିତ ପ୍ରତିବର୍ଷ ଭଳି ସାମ୍ବାଦିକତା କ୍ଷେତ୍ରରେ ଜଣେ ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ବରେନ୍ଦ୍ରକୃଷ୍ଣ ସ୍ମାରକୀ ନ୍ୟାସ ଓ ଉତ୍କଳ ସାହିତ୍ୟ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ରହିଲା । ଆପଣମାନଙ୍କ ସଦୟ ଉପସ୍ଥିତି ଅପେକ୍ଷାରେ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ପରିବାର ।





Leave a reply